ରାଜ୍ୟ ଓକିଲ ସଂଘର ପରାମର୍ଶକ୍ରମେ ଗଞ୍ଜାମ ଓକିଲ ସଂଘ ତରଫରୁ ଶନିବାର ଜିଲ୍ଲା କୋର୍ଟ ପ୍ରାଙ୍ଗଣରେ ଏହି ନୂତନ ଆଇନ ନେଇ ଏକ ସଚେତନତା କର୍ମଶାଳା ଓ ଆଲୋଚନା ଚକ୍ର ଅନୁଷ୍ଠିତ।
ବ୍ରହ୍ମପୁର(ପିବିନ୍ୟୁଜ୍) ଜୁଲାଇ ୧ ତାରିଖଠାରୁ ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଓକିଲ ସଂଘର ପରାମର୍ଶକ୍ରମେ ଗଞ୍ଜାମ ଓକିଲ ସଂଘ ତରଫରୁ ଶନିବାର ଜିଲ୍ଲା କୋର୍ଟ ପ୍ରାଙ୍ଗଣରେ ଏହି ନୂତନ ଆଇନ ନେଇ ଏକ ସଚେତନତା କର୍ମଶାଳା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଓକିଲ ସଂଘ ସଭାପତି ନୟନ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଏଠାରେ ନୂତନ ଅପରାଧିକ ଆଇନର ବିଭିନ୍ନ ଦିଗ ଓ ଦିଶା ବିଷୟରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଅତିଥି ରୂପେ ଏମ୍ଏସିଟି ଜର୍ଜ ରାମ ଶଙ୍କର ହୋତା, ଭିଜିଲାନ୍ସ ଜର୍ଜ ଅରୁଣ କୁମାର ସାହୁ, ଫାଷ୍ଟ ଏଡିଜେ ଇନ୍ଦୁ ଶର୍ମା, ସିଭିଲ୍ ଜଜ୍
ପ୍ରଜ୍ୟୋର୍ମୟୀ ସୁଜାତାଙ୍କ ସମେତ ବହୁ ବିଚାରପତି ଯୋଗଦେଇଥିଲେ । ସଂଘ ଉପସଭାପତି ରାମ ପ୍ରସାଦ ପଣ୍ଡା, ସମ୍ପାଦକ ବିରଞ୍ଚି ନାରାୟଣ ମହାପାତ୍ର, ଯୁଗ୍ମ ସମ୍ପାଦକ ଗିରିଜା ବେହେରା ପ୍ରମୁଖଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ। ଆଗାମୀ ଦିନରେ ମଧ୍ୟ ଏପରି ଆଲୋଚନା ସଭା ଜାରି ବୋଲି ଏଠାରେ ସଂଘ ସଭାପତି ନୟନ ଚନ୍ଦ୍ର ମହାପାତ୍ର ସୁଚନା ଦେଇଥିଲେ। ସୁଚନାଯୋଗ୍ୟ ଭାରତ ନ୍ୟାୟ ସହିତା ୨୦୨୩,ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ଅଧିନିୟମ -୨୦୨୩ ଆଇନର ସଂଶୋଧନ କାର୍ଯ୍ୟକାରୀ କରାଯାଇଛି । ପ୍ରାଥମିକ ସ୍ତରରେ ପୋଲିସ ଅଧିନିୟମ କୁ ଦେଖି ଦଣ୍ଡବିଧାନ କରିବ ଓକିଲ ମାନେ ତର୍ଜମା କରିବେ ତାପରେ ବିଚାରପତି ମାନେ ନ୍ୟାୟ ଯୁକ୍ତ ଦଣ୍ଡାଦେଶ କରିବେ ଏହା ସମସ୍ତ କ୍ଷେତ୍ର ରେ ଶିକ୍ଷଣୀୟ ହେବ ।

