ସ୍ରୋତସ୍ୱିନୀ ସାହିତ୍ୟ ସଂସଦ”ର ତୃତୀୟ ମାସିକ ସାହିତ୍ୟ ଆସର ଓ କବିତା ପୁସ୍ତକ “ଅନୁରାଗ ” ର ଶୁଭ ଉନ୍ମୋଚନ ପର୍ବ ଅନୁଷ୍ଠିତ।

Spread the love

ବ୍ରହ୍ମପୁର (ପିବିନ୍ୟୁଜ୍)ଆଜି ଆମ “ସ୍ରୋତସ୍ୱିନୀ ସାହିତ୍ୟ ସଂସଦ”
ର ତୃତୀୟ ମାସିକ ସାହିତ୍ୟ ଆସର ସ୍ଥାନୀୟ ଶଙ୍କର ଭବନ, (ରାମଲିଙ୍ଗମ ପାର୍କ ନିକଟ ) ଠାରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ସାରସ୍ୱତ ଉତ୍ସବ ର ପ୍ରଥମ ଅଧିବେଶନରେ ବ୍ରହ୍ମପୁର ମହାନଗର ନିଗମର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ଉଦ୍ଘାଟିକା ଭାବରେ ଯୋଗଦାନ କରିଥିଲେ lମୁଖ୍ୟ ଅତିଥି ଭାବରେ ପ୍ରଫେସର ଡ଼ା. ରାଜେନ୍ଦ୍ର କୁମାର ବେହେରା ମୁଖ୍ୟବକ୍ତା ଓଡିଶା ସାହିତ୍ୟ ଏକାଡେମୀ ର ପ୍ରାକ୍ତନ ସଦସ୍ୟ ତଥା ବିଶିଷ୍ଟ କବି ସୁସାହିତ୍ୟିକ ଶ୍ରୀଯୁକ୍ତ ସୁଶାନ୍ତ ଦାଶ l ସୂଚନା ପାଢ଼ୀ, ଇଂ. ଯାମିନୀ କାନ୍ତ ଦାସ, ଶ୍ରୀଯୁକ୍ତ ମିହିର ରଞ୍ଜନ ତ୍ରିପାଠୀ,ଶ୍ରୀଯୁକ୍ତ ନାରାୟଣ ମହାଙ୍କୁଡ଼ ସମ୍ପାଦକ ପର୍ଯଟନ ଭାରତ ସହ ବିଶିଷ୍ଟ ଅତିଥି ଭାବେ ମଞ୍ଚାସିନ ଥିଲେ l
. ଉକ୍ତ ସାରସ୍ୱତ ଉତ୍ସବରେ ସ୍ରୋତସ୍ୱିନୀ ସାହିତ୍ୟ ସଂସଦର ପ୍ରତିଷ୍ଠାତା, ସମ୍ପାଦିକା କବୟିତ୍ରୀ ଶ୍ରୀମତୀ ସୁଜାତା ଶତପଥି ଙ୍କ ପ୍ରଥମ ମାନସ ସନ୍ତାନ, କବିତା ପୁସ୍ତକ “ଅନୁରାଗ ” ର ଶୁଭ ଉନ୍ମୋଚନ ପର୍ବ ଅନୁଷ୍ଠିତ ହୋଇଯାଇ ଅଛି ଏବଂ କବିତା ବହିଟିକୁ ସମୀକ୍ଷା କରିଥିଲେ ସୁସାହିତ୍ୟିକ କବି ଡ଼. ଲକ୍ଷ୍ମୀନାରାୟଣ ଦାଶ lଉତ୍ସବ ର ଦ୍ଵିତୀୟ ଅଧିବେଶନ. କବିତା ଆସର ଶ୍ରୀମତୀ କିରଣବlଳl ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ଏବଂ ଅତିଥି ଭାବେ ସ୍ବର୍ଣ୍ଣମୟୀ ପାଢ଼ୀ, ନିହାରିକା ସାହୁ, ପଦ୍ମିନୀ ମିଶ୍ର, ବନ୍ଦନା ପଣ୍ଡା, ଦୀପିକା ଦାସ, ସୁଦ୍ଧାଞ୍ଜଳି ମିଶ୍ର ଯୋଗଦାନ କରିଥିଲେ
. ଏହି ସାରସ୍ୱତ ଉତ୍ସବ ରେ ଚାଳିଶି ରୁ ଉର୍ଦ୍ଧ କବି ଯୋଗଦାନ କରି କବିତା ପାଠ କରିବା ସହିତ କଳାକାରମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ l ଉକ୍ତ ସାହିତ୍ୟ ଆସରରେ କବିତା ଗୁଡିକୁ ସଂଯୋଜନା କରିଥିଲେ କବୟତ୍ରୀ ଶ୍ରୀମତୀ ମଧୁସ୍ମିତା ସାହୁ l କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନା କରିଥିଲେ ସମ୍ପାଦିକା ସୁଜାତା ଶତପଥି ଏବଂ ସହଯୋଗ କରିଥିଲେ ସଂସଦର ସହ ସମ୍ପାଦକ ଶ୍ରୀ ସୁନୀଲ କୁମାର ପ୍ରଧାନl ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ଶ୍ରୀଯୁକ୍ତ ସୁଦିପ ସାହୁ ଏବଂ ଡ଼ା. ମୀରାବାଈ ପଣ୍ଡା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀଯୁକ୍ତ ସୁଧୀର ପଣ୍ଡା l

Leave a Reply

Your email address will not be published. Required fields are marked *