ମହାନ୍ ସଂଘ ପକ୍ଷ ରୁ ୧୦୦ ଶଯ୍ୟା ବିଶିଷ୍ଟ ଉନ୍ନତ ମାନର ହସ୍ପିଟାଲ ପ୍ରତିଷ୍ଠା ନିମନ୍ତେ ପ୍ରଚେଷ୍ଟା କରାଯିବ:ସଭାପତି ସୁଶାନ୍ତ ସାବତ

Spread the love


ବ୍ରହ୍ମପୁର(ପିବୀନ୍ୟୁଜ)ଦୀର୍ଘ ବର୍ଷ ଧରି ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ସମାଜ ସେବା, ସାଂସ୍କୃତିକ, କ୍ରୀଡା,ଶିକ୍ଷା, ସ୍ବାସ୍ଥ୍ୟ, ପରିବେଶ, ରିଲିଫ କାର୍ଯ୍ୟ ସହ ପୂଜ୍ୟ ପୂଜା, ପ୍ରତିଭା ସମ୍ମାନ ଦିଗରେ କାର୍ଯ କରି ଆସୁଥିବା ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଘ ର ୪୦ ବର୍ଷ ପୂର୍ତ୍ତି ଅବସରରେ ଏକ ଉତ୍ତମ ସେବା ଯୋଗାଇବା ହସ୍ପିଟାଲ ଓ ବରିଷ୍ଟ ନାଗରିକଙ୍କ ନିମନ୍ତେ ଉନ୍ନତ ମାନର ଜରା ଗ୍ରାମ ସହ ଅନାଥ ପିଲାଙ୍କ ନିମନ୍ତେ ଆଶ୍ରମ ପ୍ରତିଷ୍ଠା ଦିଗରେ ପ୍ରଚେଷ୍ଟା କରାଯିବ ବୋଲି ଆଜି ଗାୟତ୍ରୀ ହୋଟେଲ ସମ୍ମିଳନୀ ପ୍ରକୋଷ୍ଠରେ ଆୟୋଜିତ ପ୍ରସ୍ତୁତି ବୈଠକ ରେ ନିଷ୍ପତ୍ତି ହୋଇଛି। ପ୍ରତିଷ୍ଠାତା ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସ୍ଵନକ୍ଷତ୍ର ଦିବସ ପାଳନ କରା ଯିବା ସହ ଅଧିକ ଜନହିତକର କାର୍ଯ୍ୟ ହାତକୁ ନେବାକୁ ସଭାପତି ପରାମର୍ଶ ଦେଇଥିଲେ। କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ପ୍ରକାଶ ଭାଜନି ବିବରଣୀ ଦେଇଥିବା ବେଳେ ଡ ସନ୍ଧ୍ୟା ପଟ୍ଟନାୟକ ଧନ୍ୟବାଦ୍ ପ୍ରଦାନ କରିଥିଲେ। ସଂଘର ମହିଳା ବିଭାଗ ଅଧ୍ୟକ୍ଷା ଶ୍ରୀମତୀ ଦେବିପ୍ରଭା ରଥ ଙ୍କ ସ୍ୱ ନକ୍ଷତ୍ର ଦିବସ ପାଳନ କରାଯିବା ସହ ସହରରେ ବୁଲା କୁକୁରଙ୍କ ସମସ୍ୟା, ମହିଳା ପାଠାଗାର ପ୍ରତିଷ୍ଠା ନିମନ୍ତେ ଅନୁରୋଧ କରିବା ନିମନ୍ତେ ନିଷ୍ପତି ହୋଇଥିଲା ବୈଠକରେ ଡ ସୂଚନା ପାଢ଼ୀ, ଡ ସୌଭାଗ୍ୟ ଲକ୍ଷ୍ମୀ, ସୁଚେତା ପାଣିଗ୍ରାହୀ, ପ୍ରଫୁଲ ପାତ୍ର, ସବିତା ସାହୁକାର, ଡ ଧନ ଲକ୍ଷ୍ମୀ ପଟନାୟକ, ଶ୍ରୀମତୀ ରାଜଶ୍ରୀ ଦାଶ, ଭୀଷ୍ମଚାର୍ଯ୍ୟ ଚୌଧୁରୀ, ସୋମିକ ସାହୁ, ରାକେଶ ସିଂଦେଓ, ସୀମାଞ୍ଚଲ୍ ପାଣିଗ୍ରାହୀ, ସୁଦିପ ସାହୁ , ବାସୁଦେବ ସାହୁକାର , ଆଶିଷ, ପ୍ରିନସ ପ୍ରମୁଖ ସମେତ ବହୁ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *