ଆନ୍ତର୍ଜାତୀୟ ମହିଳା ହିଂସା ନିରାକରଣ ଦିବସ ପାଳିତ ।

Spread the love

ବ୍ରହ୍ମପୁର(ପିବିନ୍ୟୁଜ) ଆନ୍ତର୍ଜାତୀୟ ମହିଳା ହିଂସା ନିରାକରଣ ଦିବସ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ପ୍ରଶାସନ,ସଖୀ-ୱାନ ଷ୍ଟପ ସେଣ୍ଟର, ଶକ୍ତି- ସଦନ ନୀଳାଞ୍ଚଳ ନଗର, ଶକ୍ତି- ସଦନ ବାଞ୍ଛାନିଧି ନଗର ଓ ଶକ୍ତି- ସଦନ ଗୋପାଳପୁର ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ପ୍ରାଧିକରଣ ଅଧ୍ୟକ୍ଷା ଶ୍ରୀମତୀ ଦେବଶ୍ରୀ ସାହୁ, ବ୍ରହ୍ମପୁର ମହାନଗର ନିଗମ ଅଧ୍ୟକ୍ଷା ଶ୍ରୀମତୀ ସଂଘମିତ୍ରା ଦଳାଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରାଜେଶ୍ୱରୀ ଦୋରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀଯୁକ୍ତ ବିଜୟ କୁମାର ପଣ୍ଡା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଅବିଧା ପର୍ବିନ, ମାନବ ଅଧିକାର ସଦସ୍ୟ ଶ୍ରୀ ରବି କୁମାର ମିଶ୍ର, ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ନାଗା ରତ୍ନମ, ଆଇ. ଏସ. ଆର. ଡି. ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଧୀର ସାବତ, ଜିଲ୍ଲା କାର୍ଯ୍ୟ ସଂଯୋଜକ ଶ୍ରୀ ଦେବବ୍ରତ ମାହୁନ୍ତ ପ୍ରମୁଖ ଯୋଗ ଦେଇଥିଲେ। ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ନାରୀ ଛଅଟି ସମସ୍ୟା ଦେଇ ଗତି କରୁଛି। ଏହି ସମସ୍ୟା ସମାଧାନ ପାଇଁ ବିଭିନ୍ନ ଆଇନରେ ଥିବା ବିକଳ୍ପକୁ ଉପଯୋଗ କରିବା ପାଇଁ ଆଇ. ଏସ.ଆର. ଡି. ନିର୍ଦ୍ଦେଶକ ନିଜ ବକ୍ତବ୍ୟରେ କହିଥିଲେ। ନାରୀ ନିଜକୁ ସଚେତନ କରିପାରିଲେ, ନାରୀ ହିଂସା କୁ ରୋକାଯାଇ ପାରିବ ଓ ହିଂସା ମୁକ୍ତ ସମାଜ ଗଠନ ରେ ସହାୟକ ହୋଇପାରିବ ବୋଲି କହି ଶ୍ରୀମତୀ ରାଜେଶ୍ୱରୀ ଦୋରା ତାଙ୍କ ଅଭିଭାଷଣ ଦେଇଥିଲେ। ନାରୀ ବର୍ତ୍ତମାନ ସମୟର ସୁଯୋଗ ନେଇ ସଚେତନ ହେବା ଦରକାର, ନିଜ ନିଷ୍ପତ୍ତି ନିଜେ ନେବା ପାଇଁ ମନସ୍ତତ୍ତ୍ୱ ତିଆରି କରିବା ଆବଶ୍ୟକ ବୋଲି ଶ୍ରୀମତୀ ସଂଘମିତ୍ରା ଦଳାଇ ନିଜ ମତ ଉପସ୍ଥାପନା କରିଛନ୍ତି। ନାରୀର ବ୍ୟବହାର ଓ ସଂସ୍କୃତି ଉଚ୍ଚକୋଟୀର ହେବା ଦରକାର। କୌଣସି ମାନସିକ ବିକୃତ ପୁରୁଷଠାରୁ ନିଜକୁ ଦୂରରେ ରଖିବାକୁ ଜିଲ୍ଲା ମୁଖ୍ୟ ଅଧିକାରୀ ଶ୍ରୀଯୁକ୍ତ ବିଜୟ କୁମାର ପଣ୍ଡା ଆଲୋକପାତ କରିଥିଲେ। ଆଇନ ଉଲଂଘନ କଲେ, ଆଇନର ସାହାର୍ଯ୍ୟ ଦରକାର ପଡେ। ତେଣୁ ଆଇନ ମାନି ଚଳିବାକୁ ଶ୍ରୀମତୀ ଦେବଶ୍ରି ସାହୁ କହିଥିଲେ। ଅନୁଶାସନ, ପରମ୍ପରା, ସ୍ନେହ, ସମ୍ମାନ ନାଁ ରେ ଯେଉଁ ହିଂସା ନାରୀ ଉପରେ ହେଉଛି, ତା ବିରୋଧରେ ସ୍ୱର ଉଠାଇବାର ଆବଶ୍ୟକ ରହିଛି, ଏହି ମତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଆବିଧା ପର୍ବିନ୍ ତାଙ୍କ ଭାଷଣ ମାଧ୍ୟମରେ ପ୍ରକାଶ କରିଥିଲେ। ମାନବ ଅଧିକାରୀ ସଦସ୍ୟ ଶ୍ରୀଯୁକ୍ତ ରବି ମିଶ୍ର ସମ୍ବିଧାନରେ ଦିଆଯାଇଥିବା “ଧାରା ୧୪” ବିଷୟରେ ଆଲୋଚନା କରିଥିଲେ ଏବଂ ନାରୀ ନିଜେ ଚାହିଁଲେ ସମାଜରୁ ହିଂସା ମୁକ୍ତ କରିପାରିବ ବୋଲି ମତ ରଖିଥିଲେ। ମହିଳା ସୁରକ୍ଷା ଅଧିକାରୀ ନାଗା ରତ୍ନମ ଯୌତୁକ ପ୍ରଥା ଓ ଘରୋଇ ହିଂସା ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସଖୀ କର୍ମ କର୍ତ୍ତା, ସମସ୍ତ ଶକ୍ତି ସଦନର କର୍ମକର୍ତ୍ତା, ଆଇ. ସି. ଡି. ସି. ର କର୍ମକର୍ତ୍ତା ଓ ଅନ୍ୟାନ୍ୟ ଶ୍ରୋତା ଗଣ ଯୋଗଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କଲେଜ ଉପାଧ୍ୟକ୍ଷ ଡ଼କ୍ଟର ଦୁର୍ଗାମାଧବ ସତପଥି ଓ ନିରଞ୍ଜନ ବେହେରା, ମହିଳା ଥାନା ଅଧିକାରୀ ଅନିତା ସାହୁ ପ୍ରମୁଖ ଯୋଗଦେଇଥିଲେ। ଶେଷରେ ସଖୀ ର କେନ୍ଦ୍ର ପରିଚାଳିକା ଶ୍ରୀମତୀ ମହେଶ୍ୱତା ପାଢ଼ୀ ସମସ୍ତ ଉପସ୍ଥିତ ଅତିଥି ଓ ଶ୍ରୋତା ମାନଙ୍କୁ ଧନ୍ୟବାଦ ଅର୍ପଣ କରି କର୍ଯ୍ୟକ୍ରମକୁ ଶେଷ କରିଥିଲେ।

Leave a Reply

Your email address will not be published. Required fields are marked *