ରାଜଗୋପାଳଙ୍କୁ ଝାରଖଣ୍ଡରେ ରାଷ୍ଟ୍ରୀୟ ସମ୍ମାନ ।

Spread the love

ବ୍ରହ୍ମପୁର-(ପୀବିନ୍ୟୁଜ)-ବରିଷ୍ଠ ସାମ୍ବାଦିକ, ଜାତୀୟସ୍ତରର ଓଡ଼ିଆ କଳାକାର ତଥା ନାଟ୍ୟ ସଂଗଠକ ରାଜଗୋପାଳ ପାଢୀଙ୍କୁ ଝାରଖଣ୍ଡ ରାଜ୍ୟର ଗିରିଡିହ ଠାରେ କଳାସଙ୍ଗମ ତରଫରୁ ଆୟୋଜିତ 24ତମ ଆଖିଳ ଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବରେ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନୀତ କରାଯାଇଛି । କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର 11ଜଣଙ୍କ ମଧ୍ୟରେ ଓଡିଶାରୁ ଜଣେ ଭାବେ ବରିଷ୍ଠ ରଂଗକର୍ମୀ ଓ ନାଟ୍ୟ ସଂଗଠକ ରାଜଗୋପାଳଙ୍କୁ “ନାଟ୍ୟଶ୍ରୀ” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀ ପାଢ଼ୀଙ୍କୁ ସଲ ଓ ସିଲ ସହ ମଞ୍ଚରେ ଝାରଖଣ୍ଡର ପୂର୍ବତନ ମନ୍ତ୍ରୀ ଚନ୍ଦ୍ରମୋହନ ପ୍ରସାଦ,ପୂର୍ବତନ ବିଧାୟକ ଜୟପ୍ରକାଶ ବର୍ମା,ଉପଜିଲ୍ଲାପାଳ ଶ୍ରୀକାନ୍ତ ବିଶ୍ୱପୁତେଙ୍କ ସହିତ ଆୟୋଜକ କଳାସଙ୍ଗମର କାର୍ଯ୍ୟକାରୀ ସଭାପତି ପଙ୍କଜ କୁମାର ତାହ,ସମ୍ପାଦକ ସତୀଶ କୁନ୍ଦନ ଆଦି ଅତିଥୀଙ୍କ ଗହଣରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀ ପାଢ଼ୀଙ୍କୁ ରାଷ୍ଟ୍ରୀୟ ସ୍ତରରେ ସମ୍ମାନୀତ କରାଯାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *