ବ୍ରହ୍ମପୁର କଳାକାର ଏକତା* ମଞ୍ଚ ତରଫରୁ ବିଶ୍ୱ ନାଟ୍ୟ ଦିବସ ପାଳିତ । ନାଟକ “ଅଗ୍ନିସାତ” ରେ ପ୍ରତିବାଦର ସ୍ବର ।

Spread the love

ବ୍ରହ୍ମପୁର-(ପୀବିନ୍ୟୁଜ)- ପରାଧୀନ ଭାରତ ବର୍ଷରେ ଓଡ଼ିଶା ଓ ବିଶେଷ ଭାବରେ ଗଞ୍ଜାମ ଜିଲ୍ଲାରେ ବନ୍ୟା, ବାତ୍ୟା, ମରୁଡି ଏକ ସାଧାରଣ ଘଟଣା ଥିଲା। ଫଳରେ ବହୁ ଲୋକ ଆର୍ଥିକ ଦୂରାବସ୍ଥା ପାଇଁ ସେ ଦିନର ବର୍ମା, ରେଙ୍ଗୁନ ଆଜିର ମୀୟାଁମାରକୁ ପ୍ରବାସୀ ଶ୍ରମିକ ଭାବରେ ଯାଉଥିଲେ। ସେଠାରେ କଳାର ଆଦର ଥିବା ହେତୁ ଏଠାକାର ଲୋକ କଳାକାରମାନେ ମଧ୍ଯ ଦୁଇ ପଇସା ପାଇବା ଆଶାରେ ଲୋକ ନୃତ୍ୟ,ନାଟକ ପ୍ରଦର୍ଶନ ପାଇଁ ଯାଉଥିଲେ l ସେଠାରେ ସେମାନେ ଭାରତ ବର୍ଷର ସ୍ବାଧିନତା ସଂଗ୍ରାମର ଆପୋଷହୀନ ଧାରାର ବଳିଷ୍ଠତମ ଅଭିବ୍ୟକ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆହ୍ଵାନରେ ଜାତି , ଧର୍ମ ବର୍ଣ୍ଣ, ଲିଙ୍ଗ, ଅଞ୍ଚଳ ନିର୍ବିଶେଷରେ ଆଜାଦ୍ ହିନ୍ଦ୍ ଫୌଜରେ ଯୋଗ ଦେଇ ଦେଶର ସ୍ଵାଧୀନତା ପାଇଁ ସଂଗ୍ରାମ କରିଥିଲେ । ରକ୍ତ ଦେଇଥିଲେ ଓ ଜୀବନ ଦେଇଥିଲେ।ଏହିଭଳି ଏକ ଅନାଲୋଚିତ ଅଧ୍ୟାୟର ପଟ୍ଟଭୂମି ଉପରେ ପର୍ଯ୍ୟବେସିତ ହୋଇ ସଫଳତାର ସହ ଗୁରୁବାର ଵ୍ରହ୍ମପୁର ପ୍ରକାଶମ ହଲ ପରିସରରେ ମଂଚସ୍ଥ ହୋଇଛି ଡ଼ଃ. ବିଧିପ୍ରଭା ରଥଙ୍କ ରଚିତ ସୋମନାଥ ବେହେରାଙ୍କ ନିର୍ଦ୍ଦେଶିତ ନାଟକ” ଅଗ୍ନିସ୍ନାତ ” । ବ୍ରହ୍ମପୁର ସହରର ଏକାଧିକ ନାଟ୍ୟ ଅନୁଷ୍ଠାନକୁ ନେଇ ଗଠିତ “ବ୍ରହ୍ମପୁର କଳାକାର ଏକତା ମଞ୍ଚ” ତରଫରୁ ବିଶ୍ୱ ନାଟ୍ୟ ଦିବସ ଅବସରରେ ମଂଚର ସଭାପତି ଅନିଲ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ
ଅତିଥି ରୂପେ ବରିଷ୍ଠ ନାଟ୍ୟକାର ମେଜର ରମାରମଣ ପାଢ଼ୀ,ନାଟ୍ୟ ନିର୍ଦ୍ଦେଶକ ଡା. ତିରୁପତି ସାହୁ, ସଂସ୍କୃତି ପ୍ରେମୀ ଇଂ. ଯାମିନିକାନ୍ତ ଦାସ, ନାଟ୍ୟ ସଂଗଠକ ଭବାନୀ ଶଙ୍କର ମିଶ୍ର ପ୍ରମୂଖ ଯୋଗଦେଇଥିଲେ । ସଂଘ ସମ୍ପାଦକ ରାଜ ଗୋପାଳ ପାଢ଼ୀ ବ୍ରହ୍ମପୁର କଳାକାର ଏକତା ମଂଚର କାର୍ଯ୍ୟ ଓ ବିଶ୍ୱ ନାଟ୍ୟ ଦିବସ ସମ୍ପର୍କରେ ସୂଚନା ଦେଇଥିଲେ ।

ଅନୁଷ୍ଠାନର ଉପଦେଷ୍ଟା ଡ. ମିହିର ତ୍ରିପାଠୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ପରିବେଷିତ ନାଟକରେ ରାଜେଶ ନାୟକ,ସରୋଜ କୁମାର ପଣ୍ଡା, ମନୋଜ ରଥ, ମାନସିପ୍ରୀୟା ସାହୁ,ଶୁଭସ୍ମିତା ପାଣିଗ୍ରାହୀ,
ଜଗନ୍ନାଥ ବେହେରା,ରୋହିତ୍ ନାୟକ,ପ୍ରସାଦ ରାଉଳ, ଦଣ୍ଡ ନାୟକ,ଇଜୁ ଆମିର ଖାନ୍, ଦେବାର୍ଚ୍ଚନ ନାୟକ, ନିମାଇଁ ଚରଣ ସାହୁ,ନରହରି ମହାରଣା ! ସଙ୍ଗୀତରେ ମୁକୁନ୍ଦ ସାହୁ, ଏ ସୁବା ରାଓ, ସଂସ୍କାର ପଟ୍ଟନାୟକ ପ୍ରମୁଖ ରହିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ସଜ୍ଞା ସମାହିତ ପାଢ଼ୀ। ରୁପସଜ୍ଜା ଚିତ୍ତରଞ୍ଜନ ଦଳାଇ ଓ ମଞ୍ଚ ସଜ୍ଜା କରିଥିଲେ ଈଜୁ ଅମିନ । ଶବ୍ଦଆଲୋକରେ ଥିଲେ ବାଲାଜୀ ସାହୁ । ନାରାୟଣ, କିସାନ ପ୍ରମୁଖ ସହଯୋଗ କରିଥିଲେ। ଅନୁଷ୍ଠାନର ଉପସଭାପତି ରାମଚନ୍ଦ୍ର ସାସମଲ ନାଟକ ପରେ କଳାକାରଙ୍କ ପରିଚୟ କରିଥିଲେ ।ନାଟକ ପୂର୍ବରୁ ନୁପୁର ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ଉପଦେଷ୍ଟା ସତ୍ୟ ମହାରଣା ପରିଚାଳନା କରିଥିଲେ । କୈଳାସ ପାଣିଗ୍ରାହୀ ଓ ସୁନିଲ ସ୍ୱାଇଁ ସମ୍ବର୍ଦ୍ଧନା କାର୍ଯ୍ୟରେ ସହଯୋଗ କରିଥିଲେ । ଏକତା ମଂଚର ରମେଶ ମହାରଣା,ଲିଙ୍ଗରାଜ ନାହାକ,ସୁବାସ ମହାରଣା,ଏନ. ରାମବାବୁ,ରବୀନ୍ଦ୍ର କୁମାର ନାୟକ,ନାରାୟଣ ମହାଙ୍କୁଡ଼,ନବୀନ ହୋତା ,ଟି. ଆପାରାଓ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା ରେ ବିଶେଷ ସହଯୋଗ କରିଥିଲେ । ।

Leave a Reply

Your email address will not be published. Required fields are marked *