ବିଶ୍ୱକପ ହକି ପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ମାରାଥନ୍
ବ୍ରହ୍ମପୁର,୮/୧/୨୩:ବିଶ୍ବକପ ହକି ଦ୍ବିତୀୟ ଥର ପାଇଁ ଆୟୋଜନ କରୁଛି ଓଡ଼ିଶା । ତେଣୁ ହକିର ଆହୁରି ଅଧିକ ପ୍ରଚାର ପ୍ରସାର ପାଇଁ ସବୁ କ୍ଷେତ୍ରରେ ପଦକ୍ଷେପ ହାତକୁ ନିଆଯାଇଛି । ସେହିକ୍ରମରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ମଧ୍ୟ ଅନେକ ଗୁଡ଼ିଏ ପଦକ୍ଷେପ ନିଆଯାଇଥିବା ବେଳେ ଆଜି ଆୟୋଜନ ହୋଇଥିଲା ହକି ପାଇଁ ମାରାଥନ୍ । ଏହି ମାରାଥାନାକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା ଓ ମେୟର ସଂଘମିତା ଦଳେଇ, ଡେପୁଟି ମେୟର ଇ ବିବେକ ରେଡ଼ି,ବିଏମସି କମିଶନର ଜେ. ସୋନାଲ ପ୍ରମୁଖ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ଏହି ମାରାଥନ ବ୍ରହ୍ମପୁର ରାମଲିଙ୍ଗେଶ୍ବର ପାର୍କ ଠାରୁ ଆରମ୍ଭ ହୋଇ ଇଞ୍ଜିନିୟରିଂ ସ୍କୁଲ ଛକରେ ଶେଷ ହୋଇଥିଲା । ଏହି ମାରାଥନରେ ପ୍ରଥମ ସ୍ଥାନ ଲିଜା ମହାରଣା କରିଥିବା ବେଳେ ଦ୍ବିତୀୟ ସ୍ଥାନ ଡିଏସପି ସନ୍ତୋଷିନୀ ଓରାମ୍ ଓ ତୃତୀୟ ଅଲିବାଇ ଗୌଡ଼ ଅଧିକାର କରିଥିଲେ । ଯେହେତୁ ଆସନ୍ତା ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ବ କପ ହକି ଓଡ଼ିଶା ଆୟୋଜନ କରୁଛି । ତାହା ସମସ୍ତ ଓଡ଼ିଆଙ୍କ ପାଇଁ ଗର୍ବର କଥା । ତେଣୁ ପ୍ରତ୍ୟେକ ଓଡ଼ିଆ ହକିର ପ୍ରଚାର ପ୍ରସାର ଦିଗରେ କିଭଳି ଭାବେ ସାମିଲ ହେବେ ତାହାକୁ ନେଇ ଏଭଳି ମାରାଥନର ଆୟୋଜନ କରାଯାଇଥିଲା । ଆଉ ଏହି ମାରାଥନରେ ସହରର ପିଲା ଠାରୁ ବୁଢ଼ା ପାର୍ଯ୍ୟନ୍ତ ସମସ୍ତେ ଏକତ୍ରିତ ହୋଇ ସାମିଲ ହେବା ସହିତ ଦୌଡ଼ିଥିଲେ । ଏହାସହିତ ସହରର ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଏହି ମାରାଥନରେ ସାମିଲ ହୋଇଥିଲେ । ଯାହାଫଳରେ ହକି ପ୍ରତି ରହିଥିବା ସହରବାସୀଙ୍କ ଭଲପାଇବା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି କହିଛନ୍ତି ଅତିଥିମାନେ । ହକିକୁ ନେଇ ଆସନ୍ତା ୧୦ ତାରିଖରେ ସାଇକେଲ ରାଲି ସହ ୧୩ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ସହରରେ ସିଲ୍କ ସିଟି ଫେଷ୍ଟ ମଧ୍ୟ ଆୟୋଜନ କରାଯାଉଛି ।

