ଆର୍ଥିକ ସମାସ୍ୟାରୁ ମଡେଲଙ୍କ ଆତ୍ମହତ୍ୟା

Spread the love

ବ୍ରହ୍ମପୁର( PBNEWS),୨୧/୧/୨୩: ମୃତ୍ୟୁ ପୂର୍ବରୁ no body Response in my death ଲେଖି ମଡେଲଙ୍କ ଆତ୍ମହତ୍ୟା । ଆତ୍ମହତ୍ୟା କରିଥିବା ମଡେଲ ଜଣକ ହେଲେ ସ୍ବର୍ଗତ ବିଷ୍ଣୁପ୍ରସାଦ ମହାପାତ୍ରଙ୍କ ସାନ ଝିଅ ଅର୍ଚ୍ଚିତା ମହାପାତ୍ର(୧୭)। ସେ ବଡବଜ଼ାର ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ଦ୍ଵିତୀୟ ଲାଇନରେ ରହୁଥିବା ଘର ଭିତରେ ହିଁ ବେକରେ ଚୁନି ବାନ୍ଧି ଆତ୍ମହତ୍ୟା କରିଛନ୍ତି । ମଡେଲ ଅର୍ଚ୍ଚିତା ଗତକାଲି ରାତିରେ ଆତ୍ମହତ୍ୟା କରିଥିବା ବେଳେ ଖବର ପାଇ ପୁଲିସ ଆଜି ଘଟଣା ସ୍ଥଳେ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଘଟଣା ସ୍ଥଳରୁ ପୁଲିସ ଏକ ହାତ ଲେଖା ସୁଇସାଇଡ଼ ନୋଟ ଜବତ କରିଛି । ସେଥିରେ ଲେଖା ହୋଇଛି No Body Response in my death। ସୂଚନାଯୋଗ୍ୟ ଯେ,ବାପାଙ୍କ ମୃତ୍ୟୁ ପରେ ଅର୍ଚ୍ଚିତା ମା ଓ ବଡ଼ ଭଉଣୀ ସହ ଜଗନ୍ନାଥ ବିହାରରେ ରହୁଥିଲେ । ପାଠ ପଡ଼ିବାକୁ ଇଚ୍ଛାଥିବା ଯୋଗୁଁ ସେ ଯୁକ୍ତଦୁଇ ଶ୍ରେଣୀରେ ନିଜର ନାମ ଲଗାଇଥିଲେ କିନ୍ତୁ ଆର୍ଥିକ ସମାସ୍ୟା ଯୋଗୁଁ ସେ ପାଠପଢ଼ା ଛାଡ଼ି ଦେଇଥିଲେ । ପାଠପଢ଼ା ସମୟରେ ହିଁ ସେ ମଡେଲିଂ କରୁଥିଲେ । ଝିଅର ମଡେଲିଂକୁ ନେଇ ମା ସୁପ୍ରଭା ମହାପାତ୍ର ମଡେଲିଂରୁ ନିବୃତ ରହିବାକୁ ବାଧ୍ୟ କରୁଥିଲେ । ହେଲେ ଅର୍ଚ୍ଚିତା ଜଣେ ଭଲ ମଡେଲ ହେବାର ସ୍ୱପ୍ନ ଦେଖୁଥିଲେ।
ଯାହାକୁ ନେଇ ଉଭୟ ମା’ ଓ ଝିଅ ଅର୍ଚ୍ଚିତାଙ୍କ ମଧ୍ୟରେ ଘର ଭିତରେ ଅଶାନ୍ତି ଲାଗିରହିଥିଲା । ଶୁକ୍ରବାର ରାତ୍ର ଅର୍ଚ୍ଚିତା ନିଜ ବେଡ଼ରୁମରେ ଥିବା ବେଳେ ମା’ ଝିଅକୁ ଖାଇବା ପାଇଁ ଡାକିଥିଲେ। ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ନଶୁଣିବାରୁ ସୁପ୍ରଭା ଉକ୍ତ ବେଡ଼ରୁମ ଖୋଲି ଭିତରକୁ ଯାଇଥିଲେ। ଅର୍ଚ୍ଚିତା ବେକରେ ଚୁନି ବାନ୍ଧି ଝୁଲୁଥିବା ସେ ଦେଖିବାକୁ ପାଇଥିଲେ । ଝିଅ ବଞ୍ଚିଥିବା ଭାବି ତାଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡ଼ାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *