ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ରେ ଦୁଇ ଗିରଫ
ଭଞ୍ଜନଗର,(PBNEWS )୨୧/୦୧ ଭଞ୍ଜନଗର ଥାନା ଇଲାକାରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ରେ ପୁଲିସ୍ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନାବାଳିକା ଜଣଙ୍କ ବଡ଼ମାଆ ଘରେ ରହୁଥିଲେ। ଗତ ଗୁରୁବାର ଦିନ ମଧ୍ୟାହ୍ନ ସମୟରେ ତାର ବଡ଼ମାଆ ବିଲରେ ଜମା ହୋଇଥିବା ଧାନ ଗଦାକୁ ଘୋଡାଇ ଦେବାକୁ ପଠାଇଥିଲେ। ଏହି ସମୟରେ ଦୁଇଜଣ ଅଭିଯୁକ୍ତ ଜୋର ଜବରଦସ୍ତ ଟାଣି ନେଇ ସେମାନେ ଦୁଷ୍କର୍ମ କରିଥିଲେ। ଏହାପରେ ଏସଂର୍ପକରେ କାହାକୁ କହିଲେ ଜୀବନରେ ତାକୁ ଓ ତାର ପରିବାର ଲୋକକୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଏହି ଘଟଣା ସଂର୍ପକରେ ପୀଡିତା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ କେସ୍ ନମ୍ବର ୫୭/୨୩ ରେ ଏକ ମାମଲା ରୁଜୁ କରିବା ସହ ଦଫା ୩୪୧,୩୭୬ ଡି,୫୦୬ ଆଇପିସି ସହ ୬ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଥିଲା। ତଦନ୍ତ ପରେ ଏଥିରେ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଏବଂ କନ୍ଧ ଗୌଡର ସଂପୃକ୍ତି ଥିବା ଜାଣିବାକୁ ପାଇବା ପରେ ଗଣଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ କରି ପୋକ୍ସୋ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି।
