ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରୀ ନବୀନ ପଟ୍ଟନାୟକ ଏବଂ ବ୍ୟକ୍ତିଗତ ସଚିବ, ଭି କାର୍ତ୍ତିକେୟ ପାଣ୍ଡିୟାନ ଙ୍କୁ ନବୀନ ନିବାସ ଭୁବନେଶ୍ୱର ଠାରେ ଗଞ୍ଜାମ ଜିଲ୍ଲା ଷୋହଳଖଣ୍ଡ ଗୋପାଳ ସମାଜ ର ମୁଖ୍ୟକର୍ମକର୍ତା ମାନଙ୍କ ସୌଜନ୍ୟ ମୂଳକ ସାକ୍ଷାତ।

Spread the love

ବ୍ରହ୍ମପୁର(ପିବିନ୍ୟୁଜ୍)ଗଞ୍ଜାମ ଜିଲ୍ଲା ଷୋହଳଖଣ୍ଡ ଗୋପାଳ ସମାଜ ବ୍ରହ୍ମପୁର,ଗଞ୍ଜାମ ସଂଘଟନ ତରଫରୁ ଏକ ଜିଲ୍ଲା ସ୍ତରୀୟ ପ୍ରତିନିଧି ମଣ୍ଡଳି 26 ଗୋଟି ତାଳୁକା ରୁ ପ୍ରାୟ 70ରୁ ଅଧିକା ମୁଖ୍ୟ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ, ଶ୍ରୀ ଶିବରାମ ଗୌଡ଼ (ବି ଜେ ଡି) ରାଜ୍ୟ ସମ୍ପାଦକ ,ଶ୍ରୀ କମେଶ୍ୱର ଗୌଡ଼ ଙ୍କ ନେତୃତ୍ବରେ ଓ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ନାରାୟଣ ମାହାଙ୍କୁଡ ଙ୍କ ସଂଯୋଜନା ରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରୀ ନବୀନ ପଟ୍ଟନାୟକ ଏବଂ ବ୍ୟକ୍ତିଗତ ସଚିବ, ଭି କାର୍ତ୍ତିକେୟ ପାଣ୍ଡିୟାନ ଙ୍କୁ ନବୀନ ନିବାସ ଭୁବନେଶ୍ୱର ଠାରେ ସାକ୍ଷାତ କରି ସମାଜ ତରଫରୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲୁ ଏବଂ ବିଭିନ୍ନ ବିଷୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଗୋପାଳ ସମାଜ ର ରାଜନୈତିକ ଦୃଷ୍ଟିରୁ ନିଜ ଦଳରେ ଆମ ସମାଜ ଲୋକ ଙ୍କୁ ବିଭିନ୍ନ ପଦବୀରେ ଉପବିଷ୍ଟ କରିବାପାଇଁ ଆଲୋଚନା କରାଯାଇଥିଲା, ବିଶେଷ କରି ବ୍ରହ୍ମପୁର ମହାନଗର ନିଗମ ଭିତରେ ଏକ ଗୋପାଳ ଭବନ ନିର୍ମାଣ ପାଇଁ ଅନୁରୋଧ କରିଥିଲୁ ତେଣୁ ଏହାକୁ ମୁଖ୍ୟମନ୍ତ୍ରୀ ଶୀଘ୍ର ବ୍ରହ୍ମପୁର ଠାରେ ଏହା ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Leave a Reply

Your email address will not be published. Required fields are marked *